ନୂଆଦିଲ୍ଲୀ: ନିକଟରେ ସଂସଦରେ ଗୃହୀତ ହୋଇଥିବା ୩ କୃଷି ବିଲକୁ ବିରୋଧ କରି ଦେଶବ୍ୟାପୀ ଆନେ୍ଦାଳନ ହୋଇଛି । ଆଗକୁ ମଧ୍ୟ ଏହି ଆନେ୍ଦାଳନ ଜାରି ରହିବ । ତେବେ ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶରେ କୃଷକ ଆନେ୍ଦାଳନ ୭୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏକ ଆକଳନରୁ ଜଣାପଡ଼ିଛି । ମୋଦି ସରକାର କ୍ଷମତାକୁ ଆସିବା ପରେ ବି ତାଙ୍କ ସରକାର କୃଷକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଖୁବ କମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । କୃଷକଙ୍କ ସମସ୍ୟା କମାଇବା ପାଇଁ ସରକାର ନିକଟରେ ୩ଟି ଐତିହାସିକ ବିଲ ଆଣିଛନ୍ତି । କିନ୍ତୁ ଏହି ବିଲକୁ ବିଜେପିର ମେଣ୍ଟ ସହଯୋଗୀ ମଧ୍ୟ ବିରୋଧ କରୁଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଏହି ବିଲକୁ ବିରୋଧ କରି କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତଥ୍ୟ ଆକଳନରୁ ଜଣାପଡ଼ିଛି ଯେ ମୋଦି ସରକାରଙ୍କ ପ୍ରଥମ ୨ ବର୍ଷରେ କୃଷକ ଆନେ୍ଦାଳନ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିଲା । ୨୦୧୪ ଏବଂ ୨୦୧୬ ରେ କୃଷକ ଆନେ୍ଦାଳନ ୬୨୮ ରୁ ୪,୮୩୭ କୁ ବୃଦ୍ଧି ପାଇଛି । ମୋଟ ଉପରେ ମୋଦି ସରକାର ଆସିବା ପରେ ପ୍ରାୟ ୭୦୦ ପ୍ରତିଶତ କୃଷକ ଆନେ୍ଦାଳନ ବୃଦ୍ଧି ହୋଇଛି ବୋଲି ତଥ୍ୟରୁ ଜଣାପଡ଼ିଛି ।
