ଭୁବନେଶ୍ବର : ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଫାଷ୍ଟ ସିଲେକ୍ସନର ନାମ ଲେଖା ତାରିଖ ଆସନ୍ତା ୬ ତାରିଖ ଯାଏଁ ବଢିଛି । ସାତ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନ ତାଲିକା ପ୍ରକାଶ ପାଇବ। ୭ ତାରିଖ ଯାଏଁ ବୃଦ୍ଧି ପାଇଲା ଫାଷ୍ଟ ସିଲେକ୍ସନ ସ୍ଲାଇଡ୍ ଅପ୍ ଫର୍ମ ପୂରଣ । ସେହିପରି ଆସନ୍ତା ୧୩ ତାରିଖରେ ସେକେଣ୍ଡ ସିଲେକ୍ସନ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୧୬ ତାରିଖ ରାତି ସୁଦ୍ଧା ଆଡମିଶନ୍ ଫି’ ଦାଖଲ କରିବେ ସେକେଣ୍ଡ ଲିଷ୍ଟ ପିଲା । ୧୯ ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ନାମଲେଖା ଡାଟା ପ୍ରକାଶ ପାଇବ ।
