ଆଇପିଏଲରେ ଦୁର୍ନୀତି ଅଭିଯୋଗ

ଆଇପିଏଲରେ ଦୁର୍ନୀତି ଅଭିଯୋଗ

ଖେଳ ଖବର

ଦୁବାଇ: ଆଇପିଏଲ ର ୧୩ ତମ ସଂସ୍କରଣରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଛି।ଜଣେ ଖେଳାଳି ଫିକ୍ସିଂରେ ସଂପୃକ୍ତ ଥିବା ଅଭିଯୋଗ ଆସିଛି। ବିସସିଆଇର ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ଅଜିତ୍ ସିଂ ଏହା ସ୍ପଷ୍ଟ କରିଛନ୍ତି। ରାଜସ୍ଥାନ ପୋଲିସ ଡିଜିପି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଖେଳାଳିଙ୍କ ନାମ ଗୋପନ ରଖାଯଇଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଉକ୍ତ ଖେଳାଳି ଙ୍କ ନାମ ପ୍ରକାଶ କରାଯିବ ବୋଲି ଅଜିତ୍ ସିଂ ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷର ବାୟୋ ବବଲ୍ କାରଣରୁ ସଂପୃକ୍ତ ଖେଳାଳିଙ୍କୁ ଧରା ଯାଇ ପାରିବ ବୋଲି ଅଜିତ୍ ସିଂ କହିଛନ୍ତି। ଉଲଲେଖଯୋଗ୍ୟ ଯେ ପୂର୍ବରୁ ଦୁର୍ନୀତି କାରଣରୁ ଶ୍ରୀସନ୍ଥଙ୍କ ପରି ଖେଳାଳି ମଧ୍ୟ ବାସନ୍ଦ ହେବାର ନଜିର ରହିଛି।