ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ର ଆକଳନକୁ ଯଦି ବିଶ୍ୱାସରେ ନିଆଯିବ ତେବେ କରୋନା ମହାମାରୀ ଭାରତୀୟ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି କୁହାଯାଇପାରିବ । ଆଇଏମଏଫ ଆକଳନ କରିଛି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅର୍ଥାତ ୨୦୨୧ ମାର୍ଚ୍ଚ ବେଳକୁ ବାଂଲାଦେଶର ମୁଣ୍ଡପିଛା ଆୟ ଭାରତ ଠାରୁ ଅଧିକ ହୋଇଯିବ । ଏହି ସମୟରେ ଭାରତର ମୁଣ୍ଡପିଛା ଆୟ ୧,୩୭,୦୨୧ (୧୮୭୭ ଡଲାର) ହେବ । ଯାହା ବାଲାଂଦେଶର ମୁଣ୍ଡପିଛା ଆୟ ୧,୩୭,୮୨୪ (୧୮୮୮ ଡଲାର) ଠାରୁକମ୍ । ଆଇଏମଏଫର ବିଶ୍ୱ ଅର୍ଥନୀତିର ପୂର୍ବାନୁମାନ’ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧିରେ ୧୦.୩ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ହେବ । କିନ୍ତୁ ୨୦୨୧-୨୨ ରେ ସ୍ଥିତି ସୁଧୁରିଯିବ ଏବଂ ଭାରତର ୮.୮ ପ୍ରତିଶତ ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବା ସହ ଚୀନ ଠାରୁ ଆଗକୁ ବଢ଼ି ପୁଣି ଥରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ଶୀଳ ଅର୍ଥନୀତିର ମାନ୍ୟତା ହାସଲ କରିବ ।
