ବିଶ୍ୱ ବିଦ୍ୟାର୍ଥୀ ଦିବସ

ବିଶ୍ୱ ବିଦ୍ୟାର୍ଥୀ ଦିବସ

ଜାତୀୟ ଖବର

୨୦୧୦ ରୁ ‘ଜାତିସଂଘ’ର ଅନୁମୋଦନ କ୍ରମେ, ଭାତରର ପୂର୍ବତନ ରାଷ୍ଟ୍ରପତି ଅବୁଲ ପକିର ଜୈନୁଲାଅବଦୀନ ଅବଦୁଲକାଲାମଙ୍କ ସମ୍ମାନର୍ଥେ ପ୍ରତି ବର୍ଷ ଅକ୍ଟୋବର ୧୫ ରେ ପାଳନ କରାଯାଉଛି ‘ବିଶ୍ୱ ବିଦ୍ୟାର୍ଥୀ ଦିବସ’ । ୧୯୩୧ ଅକ୍ଟୋବର ଏହି ଦିନରେ ତାମିଲନାଡୁ ଅନ୍ତର୍ଗତ ରାମେଶ୍ୱରମରେ ସେ ଜନ୍ମ ହୋଇଥିଲେ । ଶିକ୍ଷାଦାନ ଏହି ବିଶ୍ୱ ବିଖ୍ୟାତ ବିଜ୍ଞାନୀଙ୍କର ପ୍ରିୟ କାର୍ଯ୍ୟ ଥିଲା । ସେ ଚାହୁଁଥିଲେ ଜଣେ ଶିକ୍ଷକ ଭାବେ ଅନ୍ୟମାନେ ତାଙ୍କୁ ମନେ ରଖନ୍ତୁ । ସେ ବିଦ୍ୟାର୍ଥୀଙ୍କୁ ଭଲ ପାଉଥିଲେ ଏବଂ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କ ଜନ୍ମ ଦିନକୁ ‘ବିଶ୍ୱ ବିଦ୍ୟାର୍ଥୀ ଦିବସ’ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟପ୍ରତି ପଦରୁ ଅବସର ନେବା ପରେ ସେ ଏକାଧିକ ଅଗ୍ରଣୀ ଶିକ୍ଷାନୁଷ୍ଠାନ (ଶିଲଂ, ଅହମ୍ମଦାବାଦ ଓ ଇନେ୍ଦାର ସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ବେଙ୍ଗଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଅନ୍ନା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ, ହାଇଦ୍ରାବାଦସ୍ଥିତି ଅନ୍ତରାଷ୍ଟ୍ରୀୟ ସୂଚନା ଔଦ୍ୟୋଗିକୀ ସଂସ୍ଥାନ ଆଦି)ରେ ଶିକ୍ଷାଦାନ କରିଥିଲେ ।