ଭୁବନେଶ୍ବର :ସିଲ୍ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ୟ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ୟ୍ୟାଳୟ ଆଜି ଖୋଲାଯାଇଛି । ସିଲ୍ କରିବାର ୮ଦିନ ପରେ ଅଫିସ୍ ଖୋଲିଛି ବିଏମ୍ସି । କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ୧୫ ଦିନ ପାଇଁ ଅଫିସ୍ ସିଲ୍ କରିଥିବା ବିଏମ୍ସି । ଅପରପକ୍ଷରେ ଅଫିସ୍ ସିଲ୍କୁ ବେଆଇନ କହି ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା । ଗତ ୧୦ ତାରିଖର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ୟ୍ୟାଳୟକୁ ସିଲ୍ କରାଯାଇଥିଲା । କାର୍ୟ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିବା ପରେ ବିଏମ୍ସି ସାଂସଦ ଅପରାଜିତାଙ୍କ କାର୍ୟ୍ୟାଳୟକୁ ସିଲ୍ କରିଥିଲା ।
