ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଜୀବନୀକୁ ଭିତ୍ତିକରି ନିର୍ମିତ ବାୟୋପିକ୍ ‘ ନରେନ୍ଦ୍ରମୋଦି’ର ମୁକ୍ତିଲାଭ ଉପରୁ ରହିତାଦେଶ ଉଠାଇବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ। ମେ ୧୯ ତାରିଖ ଯାଏ ଏହି ଆଦେଶ ବଳବତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଵତନ୍ତ୍ର ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ସମୟରେ ଆମେ ଏ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଚାହୁଁ ନାହୁଁ। ଅପରପକ୍ଷେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କୌଣସି ନିର୍ଦେଶକୁ ଆମେ ପରିବର୍ତ୍ତନ ପାଇଁ ବି ଚାହୁଁ ନାହୁଁ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ ଶୁଣାଇଛନ୍ତି। ନିର୍ବାଚନ ଚାଲିଥିବା ପରିସ୍ଥିତିରେ ଏହି ଫିଲ୍ମ ରିଲିଜ୍ ପ୍ରକ୍ରିୟା ତଥା ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରି ନିର୍ବାଚନ କମିଶନ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ।
