ଭୁବନେଶ୍ୱର : ବାଲେଶ୍ୱରରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଛି । ପ୍ରାର୍ଥୀପତ୍ର ଯାଞ୍ଚରେ ଦୁଇ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବା ବେଳେ ଅନ୍ତିମ ଲଢେଇରେ ୬ ଜଣ ପ୍ରାର୍ଥୀ ରହିଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଅନ୍ତିମ ତାରିଖ ୧୯ ରହିଛି । ୬ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ଆଶା କରାଯାଉଛି ।
