ସରକାରୀ କ୍ବାର୍ଟସ୍‌ରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ସରକାରୀ କ୍ବାର୍ଟସ୍‌ରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ରାଜ୍ୟ ଖବର

ବଲାଙ୍ଗିର : ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗିର ଜିଲ୍ଲା ଚନ୍ଦ୍ରଶେଖରନଗରର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କଲା ଟାଉନ୍‌ ପୋଲିସ୍‌ । ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ଜୁଡାସିଂହ ଗାଁରେ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଅବସ୍ଥାରେ ଟାଉନ ପୋଲିସ ଆଜି ସକାଳେ ମୃତଦେହ ଉଦ୍ଧାର କରିଛି। ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡ଼ି ଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅସହାୟ ଜୀବନ ବିତାଉଥିବାରୁ ଲୋକମାନେ ଏହି ବୃଦ୍ଧ ଦମ୍ପତିଙ୍କୁ ଏକ ସରକାରୀ କ୍ୱାର୍ଟର୍ସରେ ରଖିଥିଲେ ବୋଲି ଜଣାପଡ଼ିଛି।