ପ୍ରଭାବୀ ହେଉନି ପ୍ଲାଜମା ଥେରାପି, କରୋନା ଚିକିତ୍ସା ପ୍ରୋଟୋକଲରୁ ବାଦ ପଡ଼ିବା ଆଶଙ୍କା

ପ୍ରଭାବୀ ହେଉନି ପ୍ଲାଜମା ଥେରାପି, କରୋନା ଚିକିତ୍ସା ପ୍ରୋଟୋକଲରୁ ବାଦ ପଡ଼ିବା ଆଶଙ୍କା

ରାଜ୍ୟ ଖବର

ଭୁବନେଶ୍ୱର: ଗୁରୁତର କରୋନା ରୋଗୀଙ୍କ ମୃତୁ୍ୟ ସଂଖ୍ୟା ହ୍ରାସ କରିବାରେ ପ୍ରଭାବୀ ହୋଇପାରୁନି ପ୍ଲାଜମା ଥେରାପି । ତେଣୁ ଏହି ଚିକିତ୍ସା ଜାତୀୟ କରୋନା ପ୍ରୋଟୋକଲରୁ ହଟାଇ ଦେବା ଲାଗି ଭାରତୀୟ ଭେଷଣ ଗବେଷଣା ପରିଷଦ ବା ଆଇସିଏମଆର ବିଚାର କରୁଥିବା ସୂଚନା ଦେଇଛନ୍ତି ଆଇସିଏମଆର ମହାନିଦେ୍ର୍ଧଶକ ଡା.ବଳରାମ ଭାର୍ଗବ । ଗତ ଏପି୍ରଲରୁ ଜୁଲାଇ ମାସ ଭିତରେ ଦେଶ ୧୪ଟି ରାଜ୍ୟରେ ୩୯ ଟି ହସ୍ପିଟାଲରେ ୪୬୪ ଜଣ ରୋଗୀଙ୍କ ପ୍ଲାଜମା ଥେରାପି ନେଇ ଆଇସିଏମଆର ପକ୍ଷରୁ ଅଧ୍ୟୟନ କରାଯାଇଥିଲା । ଏହି ରୋଗୀମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ସହିତ ଅକ୍ସିଜେନ ସ୍ତର ୯୩ ପ୍ରତିଶତରୁ କମ ରହିଥିଲା । ସେମାନଙ୍କ ମଧ୍ୟରୁ ୨୩୫ ଜଣଙ୍କୁ ପ୍ଲାଜମା ଥେରାପି ପ୍ରଦାନ କରାଯାଇଥିଲା । ୨୪ ଘଣ୍ଟା ବ୍ୟବଧାନରେ ୨ ଶହ ମି.ଲିରେ ୨ ଟି ଡୋଜ ଦିଆଯାଇଥିଲା । ମାତ୍ର ପ୍ଲାଜମା ଥେରାପି ମଧ୍ୟମରୁ ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରିବା ଓ ରୋଗ ନିୟନ୍ତ୍ରଣରେ ଏହା ଫଳପ୍ରଦ ହେଉନଥିବା ଜଣାପଡ଼ିଥିଲା ।