ପାକିସ୍ତାନର ପେଶାଓ୍ବାରରେ ବମ୍ ବିସ୍ଫୋରଣ ଯୋଗୁଁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୭୦ ଜଣ ଆହତ ହୋଇଛି । ପାକିସ୍ତାନ ପୋଲିସ୍ର ସୂଚନା ଅନୁସାରେ ପେଶାଓ୍ବାରରେ ଦିର୍ କଲୋନୀର ମଦ୍ରାସାରେ ବମ୍ ବିସ୍ଫୋରଣ ହୋଇ ସାତଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ବିସ୍ଫୋରଣରେ ୭୦ ଜଣ ଆହତ ହୋଇଛନ୍ତି । ଆତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଓ ଉଦ୍ଧାର କାରୀ ଦଳ ଉଦ୍ଧାର କାର୍ୟ୍ୟ ଜାରି କରିଛନ୍ତି । ଧାର୍ମିକ ସ୍କୁଲରେ ଶ୍ରେଣୀଗୃହ ଚାଲୁଥିବା ସମୟରେ ବମ୍ ବିସ୍ଫୋରଣ ଘଟିଛି । ମୃତକଙ୍କମଧ୍ୟରେ ଶିଶୁ ଓ ପ୍ରଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି । ପ୍ରାଥମିକ ଯାଞ୍ଚରୁ ଏକ ବ୍ୟାଗ୍ରେ ଟାଇମ୍ ବମ୍ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବାର ସୂଚନା ରହିଛି । ସମସ୍ତ ଆହତଙ୍କୁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟର ଅନେକ ଶିଶୁ ରହିଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।
