ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜାତୀୟ ଖବର

ଅହମଦାବାଦ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗ। ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରାବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଅହମ୍ମଦାବାଦର ଷ୍ଟିରଲିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଗୁଜୁରାଟ ବିଧାନସଭାକୁ ସେ ଛଅ ଥର ନିର୍ବାଚିତ ହୋଇଥିଲେ। କେଶୁଭାଇ ପଟେଲ ୧୯୯୫ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳାଥିଲେ। ୨୦୦୧ ପର୍ୟ୍ୟନ୍ତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।