ବିବାହ ଭୋଜିରୁ ଫେରୁଥିବା ବେଳେ ଭ୍ୟାନ୍‌ ଓଲଟି ୬ ମୃତ

ବିବାହ ଭୋଜିରୁ ଫେରୁଥିବା ବେଳେ ଭ୍ୟାନ୍‌ ଓଲଟି ୬ ମୃତ

ଜାତୀୟ ଖବର

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀଠାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ଭୋଜିରୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍। ବିଳମ୍ୱିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ଥାନ୍ତିକୋଣ୍ଡାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବିବାହ ସମାରୋହରେ ସାମିଲ୍‌ ହୋଇ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ ମନ୍ଦିରରୁ ଫେରୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭ୍ୟାନରେ ମୋଟ୍ ୩୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଭ୍ୟାନ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଲରେ ଉଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ସମସ୍ତ ଆହତଙ୍କୁ ରାଜମୁନ୍ଦରୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।