ସୋଆ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ସୋଆ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ରାଜ୍ୟ ଖବର

ଭୁବନେଶ୍ୱର: ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ୍ଙ୍କ ଜନ୍ମ ବାର୍ଷିକି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଏନଏସଏସ ଶାଖା ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଛି । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସୋଆ ପରିଚାଳିତ ସମସ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ, ଏନଏସଏସ ସ୍ୱେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ଉଭୟ ହିନ୍ଦୀ ଓ ଇଂରାଜୀରେ ଶପଥପାଠ କରିଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସୋଆ ଡିନ୍ (ଆର ଏଣ୍ଡ ଡି) ପ୍ରଫେସର ପି.କେ.ନନ୍ଦ, ଛାତ୍ରମଙ୍ଗଳ ଡ଼ିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଏନଏସଏସ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା, ମାନବ ସମ୍ବଳ ଅଧିକାରୀ ସିଦ୍ଧବ୍ରତ ଦାସ ଓ ଅନ୍ୟାନ୍ୟ କର୍ମକର୍ତା ଭାଗ ନେଇଥିଲେ ।