ଫ୍ରାନ୍ସ ପରେ କାନଡା: ଛୁରୀ ଆକ୍ରମଣରେ ଦୁଇ ମୃତ, ପାଞ୍ଚ ଆହତ

ଫ୍ରାନ୍ସ ପରେ କାନଡା: ଛୁରୀ ଆକ୍ରମଣରେ ଦୁଇ ମୃତ, ପାଞ୍ଚ ଆହତ

ଜାତୀୟ ଖବର

କ୍ୟୁବେକ୍: ଫ୍ରାନ୍ସ ପରେ ଏବେ କାନଡାର କ୍ୟୁବେକ୍‌ ଅଞ୍ଚଳରେ ଛୁରୀ ଆକ୍ରମଣର ସୂଚନା ରହିଛି । ଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ପୁଲିସ୍ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମଧ୍ୟଯୁଗୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରୁ ଲମ୍ବା ଓ ଧାରୁଆ ଚାକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ବୟସ ୨୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ତେବେ ଏହି ଆକ୍ରମଣ ପଛରେ କାରଣ କ’ଣ ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।