୧୨ରୁ ସ୍ଲଟ୍ ବୁକିଂ, ୧୬ରୁ ଡ଼ିଏଲ୍ ଟେଷ୍ଟ

୧୨ରୁ ସ୍ଲଟ୍ ବୁକିଂ, ୧୬ରୁ ଡ଼ିଏଲ୍ ଟେଷ୍ଟ

ରାଜ୍ୟ ଖବର

ଭୁବନେଶ୍ୱର : ଆଉ କିଛି ଦିନ ପରେ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ସୂଚନା ଅନୁସାରେ, ନଭେମ୍ବର ୧୨ ତାରିଖରୁ ସ୍ଲଟ୍ ବୁକିଂ ହେବାକୁଥିବାବେଳେ ୧୬ରୁ ଟେଷ୍ଟ ଆରମ୍ଭ ହେବ। ୧୨ ତାରିଖ ଦିନ ୧୧ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ। ପରିବହନ କମିଶନରଙ୍କ ଅଫିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।