ବାରଣାସୀ ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳୀ ଭେଟି : ଜାଣନ୍ତୁ କଣ?

ବାରଣାସୀ ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳୀ ଭେଟି : ଜାଣନ୍ତୁ କଣ?

ଜାତୀୟ ଖବର

ନୂଆଦିଲ୍ଲୀ : ଆଗକୁ ଦୀପାବଳି ଆସୁଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଦୀପାବଳି ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୬୧୪ କୋଟି ଟଙ୍କାର ଦୀପାବଳି ଭେଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରାୟ ୩୦ ଟି ନୂତନ ପ୍ରକଳ୍ପ ସମ୍ପର୍କରେ ୂଘୋଷଣା କରିବା ସହିତ ୬୧୪ କୋଟିର ଅର୍ଥରାଶି ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦି ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ । କାଶୀ ବିଶ୍ୱନାଥଙ୍କ ଆଶୀର୍ବାଦରୁ ବାରଣାସୀ ପ୍ରଗତିର ସଠିକ ରାସ୍ତାରେ ରହିଥିବା ନେଇ ମୋଦି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । କରୋନା ଭାଇରସ କାରଣରୁ ଦେଶ ତଥା ବାରଣାସୀର ଆର୍ଥିକ ବ୍ୟବସ୍ଥା ବିଗିଡି ଯାଇଥିବା ବେଳେ ଏହି ସମସ୍ତ ପ୍ରକଳ୍ପ ବାରଣାସୀର ଅର୍ଥ ବ୍ୟବସ୍ଥାକୁ ପୁନର୍ବାର ଅବସ୍ଥାପିତ କରାଇବ ବୋଲ କହିଥିଲେ ମୋଦି । ଘୋଷଣା କରାଯାଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ୧୪ଟି ପ୍ରକଳ୍ପ ପାଇଁ ୨୨୦ କୋଟି ଏବଂ ୧୬ଟି ପ୍ରକଳ୍ପ ପାଇଁ ୪୦୦ କୋଟି ନିବେଶର ଘୋଷଣା କରିଛନ୍ତି ମୋଦି । ଏହା ମଧ୍ୟରେ ଏକାଧିକ ଯୋଜନା ବିଭିନ୍ନ ଘାଟର ବିକାଶ ପାଇଁ ଉଦ୍ଧିଷ୍ଟ । ଗଙ୍ଗା ଘାଟ , ସାରନାଥ ଏବଂ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ଅଧିକ ସରସ ସୁନ୍ଦର କରାଯିବ ବୋଲି ମୋଦି କହିଛନ୍ତି । ବାରଣାସୀରୁ ଦେଶର ଅନ୍ୟ ସ୍ଥାନକୁ ୪୮ଟି ବିମାନ ଯାତାୟତ କରୁଛି । ଆଗାମୀ ଦିନରେ ଏହି ସଂଖ୍ୟାକୁ ଦ୍ୱିଗୁଣିତ କରାଯିବାକୁ ଚେଷ୍ଟା କରାଯିବ ବୋଲି ମୋଦି କହିଛନ୍ତି । ଏହା ବ୍ୟତିତ ଘୋଷଣା କରାଯାଇଥିବା ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ରାମନଗରରେ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲ, ଜଳସେଚନ ପ୍ରକଳ୍ପ, ଭିତ୍ତଭୂମି ପ୍ରକଳ୍ପ, ଗୋ ସୁରକ୍ଷା, ଗୋଶାଳା ନିର୍ମାଣ, ୧୦୦ ମେଟ୍ରିକ ଟନ୍ର ଗୋଦାମ ଗୃହ, ସାରନାଥ ଲାଇଟ ଆଣ୍ଡ ସାଉଣ୍ଡ ଶୋ, ସମ୍ପୂର୍ଣ୍ଣାନନ୍ଦ ଷ୍ଟାଡିୟମ, ବାରଣାସୀ ସିଟି ସ୍ମାର୍ଟ ଲାଇଟିଙ୍ଗ, ୧୦୫ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୧୦୨ଟି ଗୋ ରକ୍ଷା କେନ୍ଦ୍ର ନିର୍ମାଣର ପ୍ରସ୍ତାବ ରହିଛି ।