ଅନ୍ତର୍ଘାତୀ କାମ ଯୋଗୁଁ ହାରିଲୁ: ସୁର ରାଉତରାୟ

ଅନ୍ତର୍ଘାତୀ କାମ ଯୋଗୁଁ ହାରିଲୁ: ସୁର ରାଉତରାୟ

ରାଜ୍ୟ ଖବର

ଭୁବନେଶ୍ବର : ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ନେତାଙ୍କ ଅନ୍ତର୍ଘାତୀ କାର୍ୟ୍ୟ ଯୋଗୁଁ କଂଗ୍ରେସ ଉଭୟ ଆସନରେ ହାରିଲା ବୋଲି କହିଛନ୍ତି ସୁର ରାଉତରାୟ । ତେବେ ଏହି ଦୁଇ ଉପନିର୍ବାଚନରେ ଅର୍ଥ ମୁଖ୍ୟ ଫ୍ୟାକ୍ଟର ହେଲା ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡି ଓ ବିଜେପି ପ୍ରବଳ ଖର୍ଚ୍ଚ କଲେ । ସେହିପରି ବାଲେଶ୍ବରରେ ଠିକ୍ ଭାବେ ପ୍ରଚାର ନକରି ହୋଟେଲରେ ଶୋଇଲେ। ଏହା ସହିତ ତିର୍ତ୍ତୋଲରେ ବି ଅଧିକ ଭଲ ହୋଇଥାନ୍ତା। କିଛି କର୍ମୀ କାମ ଠିକ୍ରେ କଲେନି। ନିରଞ୍ଜନଙ୍କ ସଭାପତି ପଦରୁ ହଟାଇବାକୁ ଚାହୁଁଥିବାରୁ କାମ ଠିକ୍ କଲେ ନାହିଁ। ବିଜେଡି ଭଲ ନିର୍ବାଚନ ପରିଚାଳନା କରୁଛି। ସେଥିପାଇଁ ଜିତୁଛି। ହାରିବାର ସମୀକ୍ଷା ହେବ। କିନ୍ତୁ ଆକ୍ସନ ହେବ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ।