ଆଠଗଡ଼ରେ ସଂଗଠନକୁ ମଜଭୁତ କରିବାକୁ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଆହ୍ୱାନ

ଆଠଗଡ଼ରେ ସଂଗଠନକୁ ମଜଭୁତ କରିବାକୁ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଆହ୍ୱାନ

ରାଜ୍ୟ ଖବର

ଆଠଗଡ : କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ରଞ୍ଜନ ଚୌଧୁରୀ ଆଜି ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଗଠନ ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀ ମାନଙ୍କ ଠାରୁ ବ୍ୟକ୍ତିଗତ ମତାମତ ନେଇଥିଲେ। ପ୍ରଥମେ କର୍ମୀ ମାନଙ୍କର ଏକ ମିଳିତ ବୈଠକରେ ଆଠଗଡ ଅଞ୍ଚଳରେ ବିଧାୟକ ଓ ମନ୍ତ୍ରୀ ଦୀର୍ଘ ୩୦ ବର୍ଷ ଭିତରେ ଆଠଗଡ ତିଗିରିଆ ଅଞ୍ଚଳକୁ ଶ୍ରୀହୀନ କରିଦେଇଛନ୍ତି। କଂଗ୍ରେସ ସରକାର ସମୟରେ ନୂଆପଟଣା ସୁତାକଳ,ଦୋରଡ ରଙ୍ଗ କାରଖାନା ଫ୍ୟାକ୍ଟ୍ରି, ପାୱାର ଲୂମ ସବୁ ବନ୍ଦ କରିଦେଇ ଲୋକମାନଙ୍କୁ ବେରୋଜଗାର କରି ଦେଲେ ବୋଲି ଜିଲ୍ଲାସଭାପତିଙ୍କ ଭାଷଣରେ କହିଥିଲେ। ଏବେ ଆଠଗଡ଼ ଅଞ୍ଚଳରେ ଆରତୀ ଷ୍ଟିଲ, ଟାଟା କମ୍ପାନୀ, ଶ୍ରୀ ସିମେଣ୍ଟ ଓ ଜେକେ ଲଷ୍ମୀ ସିମେଣ୍ଟର ସ୍ଥାନୀୟ ପ୍ରଶାସନୀକ କଯ୍ୟାଳୟକୁ କଟକ ଓ ଭୁବନେଶ୍ୱରରୁ ଉଠାଇଆଣି ଆଠଗଡ଼ରେ ସ୍ଥାପନ କରିବା ଦାବି ନେଇ କଂଗ୍ରେସ ଆନ୍ଦୋଳନ ଶୀଘ୍ର ଆରମ୍ଭ କରିବ ବୋଲି ଶ୍ରୀ ଚୌଧୁରୀ କହିଥିଲେ। ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ କର୍ମନିଯୁକ୍ତି ଦେବାରେ ପ୍ରିୟାପ୍ରୀତି ତୋଷଣ ଠିକାଦାରୀ ଦେବାରେ ଶାସକ ରାଜନୈତିକ ନେତାଙ୍କ ଦ୍ଵାରା ନିୟନ୍ତ୍ରଣ ହେଉଥିବାରୁ ସ୍ଥାନୀୟ ଠିକାଦାର ମାନେ ରୋଜଗାରରୁ ବଞ୍ଚିତ ହେଉଛନ୍ତି। ଏହି କମ୍ପାନୀମାନଙ୍କ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀ ଚୌଧୁରୀ କହିଥିଲେ। କଂଗ୍ରେସ କୁ ଗାଁ ସ୍ତରରୁ ସଭ୍ୟ ସଂଗ୍ରହ କରାଯିବ ସହ ଗତ ନିର୍ବାଚନରେ ଦଳ ବିରୁଦ୍ଧରେ କାମ କରିଥିବା ନେତାମାନଙ୍କ ବିରୁଦ୍ଧରେ ଦୃଢ଼ କଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଚୌଧୁରୀ କହିଥିଲେ । ଆଠଗଡ଼ରେ ସମଵାୟ ଦୁନୀତି ଓ ଏନ.ଏ.ସି ଦୁନୀତି ରେ ଚେର ଲମ୍ବିଛି ମନ୍ତ୍ରୀଙ୍କ ସମ୍ପକୀୟଙ୍କ ପର୍ୟ୍ୟନ୍ତ। ଚାଷୀଙ୍କ ନାମରେ ଋଣ ଉଠାଇ ସମବାୟ ସମିତିର କର୍ମକର୍ତ୍ତା ମାନେ କୋଟି କୋଟି ଟଙ୍କା ହଡପ କରିଛନ୍ତି।ସରକାର ସେମାନଙ୍କୁ କେବଳ ଚାକିରୀରୁ ବାହାର କରୁଛନ୍ତି କିନ୍ତୁ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲକୁ ପଠାଇବାପାଇଁ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମାବଲ୍ଲବ ରଥ କହିଥିଲେ। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ସଦାନନ୍ଦ ପଟ୍ଟନାୟକ, ସୁରେଶ ଚନ୍ଦ୍ର ପରିଡା, ମଙ୍ଗୁଳି ଚରଣ ପାଣି, କିରଣ ଖଟୁଆ, ସୁନୀଲ ସୂତାର, ସୁଦର୍ଶନ ସାହୁ, କୈଳାଶ ଚନ୍ଦ୍ର ସାହୁ, ରବି ଗଣ୍ଠିଆ, ସୁରେନ୍ଦ୍ର ଜେନା, ସଙ୍ଗମ ବେଉରା, ଅଶୋକ ଦାସ, ପ୍ରଫୁଲ୍ଲ ସାହୁ, ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ନେତା ବିକ୍ରମ ରାୟସାମନ୍ତ,ଚନ୍ଦନ କୁମାର ସାହୁ। ଛାତ୍ର ନେତା ପ୍ରଶାନ୍ତ କୁମାର ବେହେରା, ମନୁଶ୍ରୀ ନାୟକ,ଶ୍ରିତମ ଦାସ, ଅଭିନାଶ ପ୍ରଧାନ, ରୋମିତ ରଞ୍ଜନ ବେହେରା, ଦେବବ୍ରତ ଦାସ, ରଂଜତି ସେଠି ପ୍ରମୁଖ ଯୋଗ ଦେଇ ଅଲୋଚନା ରେ ଅଂଶ ଗ୍ରହଣ କରିଥିଲେ।