ଭୁବନେଶ୍ୱର :ଓୟୁଏଟିର ୨ ଛାତ୍ରଙ୍କୁ ର୍ୟାଗିଂ ସହ ମାଡ ମାରିଥିବା ଅଭିଯୋଗ ହୋଇଛି । +୩ ପ୍ରଥମ ବର୍ଷ(ଏଗ୍ରିକଲଚର)ର ୨ ଛାତ୍ରଙ୍କୁ ର୍ୟାଗିଂ ଓ ମାଡ ହୋଇଛି । ସିନିୟର ଛାତ୍ରମାନେ ଓୟୁଏଟି ପରିସରରେ ମାଡ ମାରିଥିବା ଅଭିଯୋଗ ହୋଇଛି । କାହିଁକି ହଷ୍ଟେଲରେ ରହୁ ନାହିଁ କହି ମାଡ ମରାଯାଇଛି । ଏହି ର୍ୟାଗିଂ ନେଇ ଶିରିପୁର ଫାଣ୍ଡିରେ ୨ ଜଣ ଛାତ୍ର ଲିଖିତ ଅଭିଯୋଗ କରିଛନ୍ତି ।
