ଜୁନ ସୁଦ୍ଧା ମିଳିଯିବ କୋଭାକ୍ସିନ ଟିକା, ୬୦% ଫଳପ୍ରଦ

ଜୁନ ସୁଦ୍ଧା ମିଳିଯିବ କୋଭାକ୍ସିନ ଟିକା, ୬୦% ଫଳପ୍ରଦ

ଜାତୀୟ ଖବର

ହାଇଦ୍ରାବାଦ: ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକା ଅତିକମରେ ୬୦ ପ୍ରତିଶତ ଫଳପ୍ରଦ ରହିବ । ଏହି ଟିକାକୁ ଭାରତୀୟ କମ୍ପାନୀ ୨୦୨୧ ମସିହାରେ ଦ୍ୱିତୀୟ ତ୍ରୟମାସରେ ଅର୍ଥାତ ଜୁନ ସୁଦ୍ଧା ଉପଲବ୍ଧ କରାଇବା ନେଇ ଲକ୍ଷ୍ୟ ରଖିଛି । ଇତି ମଧ୍ୟରେ ବିଶ୍ୱର ପ୍ରମୁଖ କୋଭିଡ ଟିକା ନିର୍ମାତାମାନେ ଟିକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ଏହି କ୍ରମରେ ନୋଭାଭାକ୍ସ ଟିକାର ମୂଲ୍ୟ ସବୁଠାରୁ କମ ୪୮୦ ଟଙ୍କା ରହିବ ବୋଲି ଜଣାପଡ଼ିଛି । ଆଇସିଏମଆର ସହଯୋଗରେ ଭାରତ ବାୟୋଟେକ କୋଭାକ୍ସିନ ଟିକାର ପରୀକ୍ଷଣ ଚଳାଇଛନ୍ତି । ହାଇଦ୍ରାବାଦଭିତ୍ତିକ ଏକ କମ୍ପାନୀ ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଛି । ଦେଶର ୨୫ଟିରୁ ଅଧିକ ସ୍ଥାନରେ ସ୍ୱେଚ୍ଛାସେବୀଙ୍କଠାରେ ଟିକା ପରୀକ୍ଷା ହେଉଛି । ସ୍ୱେଚ୍ଛାସେବୀମାନଙ୍କୁ କୋଭାକ୍ସିନର ୬ ମାଇକ୍ରୋଗ୍ରାମର ଦୁଇଟି ଇଞ୍ଜେକସନ କିମ୍ବା ପ୍ଲାସେବୋର ଦୁଇଟି ସଟ ଦିଆଯିବ । ପ୍ରସାଦ ଏହି ଅବସରରେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଏବଂ ଏପରିକି ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ୫୦ ପ୍ରତିଶତ ଫଳପ୍ରଦ ହେଉଥିବା ଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରି ଦେଇଥାନ୍ତି । କୋଭାକ୍ସିନ ୬୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଫଳପ୍ରଦ ରହିବା ଆଶା ରହିଛି ବୋଲି ସେ କହିଛନ୍ତି । ଏହା ସହିତ କମ୍ପାନୀ ନିୟାମକ ସଂସ୍ଥା ଗୁଡ଼ିକ ନିକଟରେ ବ୍ୟବହାର ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି ।