କଟକରେ ନକଲି ଘିଅ କାରଖାନା ଠାବ

କଟକରେ ନକଲି ଘିଅ କାରଖାନା ଠାବ

ରାଜ୍ୟ ଖବର

କଟକ : କିଛିଦିନ ହେବ କଟକରେ ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀମାନ ଠାବ ହେଉଥିବା ଦେଖାଯାଉଛି। ଗୁରୁବାର ସଦର ଥାନା ଅଞ୍ଚଳର ଗବଗସ୍ତରେ ମାଲଗୋଦାମ ପୁଲିସ ଦ୍ୱାରା ନାମୀଦାମୀ ନାଁର ବିପୁଳ ପରିମାଣରେ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହେବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡ଼ିଛି। ନକଲି ଘିଅ ସମେତ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ପାମୋଲିନ ତେଲ, ବିଭିନ୍ନ କମ୍ପାନୀ ଲୋଗୋ ମଧ୍ୟ ଜବତ ହୋଇଛି। ଏହାସହ ସମ୍ପୃକ୍ତ ଘଟଣାରେ କଳକାରଖାନାର ମାଲିକକୁ ଅଟକ ରଖାଯାଇ ପୁଲିସ ପଚରାଉଚରା ଜାରି ରଖିଛି। ମାଲଗୋଦାମରୁ ନକଲି ଘିଅ ଧରାପଡ଼ିବା ପରେ ପୁଲିସ ଏହାକୁ ଜବତ କରିବା ସହ ତଦନ୍ତ କରୁଛି।