ଶ୍ରୀନଗର : ଜମ୍ମୁ କଶ୍ମୀର ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଆତଙ୍କବାଦୀ ସୁରକ୍ଷାବଳକୁ ଟାର୍ଟେଗ୍ କରି ଫାୟାରିଂ କରିଛନ୍ତି । ଏହି ଆତଙ୍କୀ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାବଳ ଏଚଏମଟି ଅଞ୍ଚଳକୁ ଘେରାବନ୍ଦୀ କରି କଡା ଜବାବ ଦେବା ଆରମ୍ଭ କରିଦେଇଛି । ଆତଙ୍କବାଦୀଙ୍କ ଗୁଳିରେ ଚାରିଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ହିଁ ୨ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି କଶ୍ମୀର ଆଇଜି ସୂଚନା ଦେଇଛନ୍ତି। ତେବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି ରହିଛି। ଆକ୍ରମଣକାରୀ କାରରେ ଆସିଥିବାବେଳେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ଏବଂ ଜଣେ ଲୋକାଲ୍ ଆତଙ୍କୀ ବୋଲି ଆଶଙ୍କା କରାଯାଉଥିବା ନେଇ ସୂଚନା ରହିଛି ।
