ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ୧୧ ତାରିଖ ଦିନ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବଣ୍ଡାଘାଟିକୁ ଯାଇଥିବା ପୋଲିଂ ପାର୍ଟିକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ । ମତଦାନ ପରେ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଲଗାଇଥିବା ଆଶଙ୍କା କରି ୧୫ କିଲୋମିଟର ପାହାଡ଼ିଆ ରାସ୍ତା ଚାଲିଚାଲି ଆସିଥିଲେ ଖଇରପୁଟକୁ ୬ଟି ପୋଲିଂ ପାର୍ଟିର ୩୬ଜଣ କର୍ମଚାରୀ । ଶାନ୍ତିପୂର୍ଣ୍ଣ ସହକାରେ ବିପଦପୂର୍ଣ୍ଣ ଅବସ୍ଥାରେ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷିତ ଭାବେ ଇଭିଏମ୍ ମେସିନ୍କୁ ମାଲକାନଗିରି ପହଂଚାଇଥିବାରୁ ସେମାନଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ୩୬ଜଣ ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି ।
