ଭୁବନେଶ୍ବର : ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କଲେ ସରକାର । ରାଜ୍ୟ ସରକାର ଏବେ ମାଗଣାରେ କରୋନା ଟେଷ୍ଟ କରାଉଛନ୍ତି; ତଥାପି କିଛି ଲୋକ ଘରୋଇ ଲ୍ୟାବରେ ଟେଷ୍ଟିଂ କରିବାକୁ ଇଚ୍ଛା ରଖୁଛନ୍ତି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟିଂର ଦାମ କମାଇଛନ୍ତି। ଘରୋଇ ଲ୍ୟାବ୍ରେ ଆର୍ଟିପିସିଆର୍ ଟେଷ୍ଟ ପାଇଁ ସର୍ବାଧିକ ଫି‘ ୪୦୦ଟଙ୍କା ଧାର୍ୟ୍ୟ କରାଯାଇଛି । ଜିଏସ୍ଟି ସହ ଟେଷ୍ଟ ଫି’ ଚାରିଶହ ଟଙ୍କା ଧାର୍ୟ୍ୟ କଲେ ରାଜ୍ୟ ସରକାର । ଫି’ ନିର୍ଦ୍ଧାରଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏହା ୨୨ଶହଟଙ୍କା ଥିଲା । ପୂର୍ବରୁ =ଦିଲ୍ଲୀ ସରକାର ମଧ୍ୟ ଘରୋଇ ଲ୍ୟାବରେ କରୋନା ଟେଷ୍ଟିଂ ଫି’ କମାଇଛନ୍ତି। ସେଠାରେ ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ଫି’ ୮୦୦ଟଙ୍କା ରହିଛି ।
