କେରଳରେ ପଞ୍ଚାୟତ ପୌର ନିର୍ବାଚନ, ୬୦୦ ରୁ ଅଧିକ ମୁସଲିମ, ଖ୍ରୀଷ୍ଟିଆନଙ୍କୁ ବିଜେପି ଟିକଟ

କେରଳରେ ପଞ୍ଚାୟତ ପୌର ନିର୍ବାଚନ, ୬୦୦ ରୁ ଅଧିକ ମୁସଲିମ, ଖ୍ରୀଷ୍ଟିଆନଙ୍କୁ ବିଜେପି ଟିକଟ

ଜାତୀୟ ଖବର

ନୂଆଦିଲ୍ଲୀ: କେରଳରେ ହେବାକୁ ଥିବା ପଞ୍ଚାୟତ, ପୌରପାଳିକା ଏବ ପୌରନିଗମ ନିର୍ବାଚନ ପାଇଁ ଏଥର ବିଜେପି ନୂଆ ରଣନୀତି ଗ୍ରହଣ କରିଛି । ଆସନ୍ତା ଡିସେମ୍ବର ୮, ୧୦ ଏବଂ ୧୪ ତାରିଖରେ କେରଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପାଇଁ ବିଜେପି ୬୦୦ ରୁ ଅଧିକ ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କୁ ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ବିଜେପି ୧୧୨ ମୁସଲିମ ଏବଂ ୫୦୦ ଖ୍ରୀଷ୍ଟିଆନଙ୍କୁ କେରଳ ନିର୍ବାଚନରେ ପ୍ରାର୍ଥୀ କରିଛି । ତେବେ ବିଜେପିର ବରିଷ୍ଠ ମୁସଲିମ ଓ ଖ୍ରୀଷ୍ଟିଆନ ନେତା ଏହି ନିଷ୍ପତ୍ତିକୁ ଜୋରଦାର ସ୍ୱାଗତ କରିବା ସହ ଦଳ ଏହା ଦ୍ୱାରା ଲାଭବାନ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ୩ ବରିଷ୍ଠ ବିଜେପି ନେତା ତଥା ଦଳର ଜାତୀୟ ଉପସଭାପତି ଏପି ଅବଦୁଲ୍ଲାକୁଟ୍ଟି, ଜାତୀୟ ମୁଖ୍ପାତ୍ର ଟମ ଭଡ଼କ୍କାନ ଏବଂ ରାଜ୍ୟସଭା ସାଂସଦ ଜେଜେ ଆଲଫନସ କେରଳର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଛନ୍ତି । ତେବେ ବିଜେପିର ଏହି ରଣନୀତିରେ କଂଗ୍ରେସ ଏବଂ ବାମମେଣ୍ଟ ଛାନିଆ ହୋଇଯାଇଛନ୍ତି । କେରଳ ଜନସଂଖ୍ୟାରେ ୪୫ ପ୍ରତିଶତ ହେଉଛନ୍ତି ସଂଖ୍ୟାଲଘୁ । ସିପିଏମ ନେତୃତ୍ୱାଧୀନ ଏଲଡିଏଫ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ (ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ) କେରଳରେ ଶାସନ କରିଛନ୍ତି । ବିଜେପିର ଏହି ରଣନୀତି ସେମାନଙ୍କ ପାଇଁ ଅଡୁଆ ବଢ଼ାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।