ବ୍ରିଟେନ୍ : ବ୍ରିଟେନ୍ରେ ଆରମ୍ଭ ହେଲା ସମୂହ ଟିକାକରଣ । ବ୍ରିଟେନ୍ରେ ଫାଇଜର ପ୍ରସ୍ତୁତ ଟିକା ଲୋକମାନ୍କୁ ଦିଆଯାଉଛି । ୯୦ ବୟସର ବୃଦ୍ଧା ପ୍ରଥମେ ଟିକା ନେଇଛନ୍ତି । କୋଭେଣ୍ଟ୍ରି ମେଡିକାଲରେ ୯୦ ବର୍ଷୀୟା ମାର୍ଗାରେଟ୍ କିନାନ ପ୍ରଥମେ ଟିକା ନେଇଛନ୍ତି। ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ୍ । ତେବେ ପାଖାପାଖି ୧ ବର୍ଷ ହେବ ସାରା ବିଶ୍ୱରେ କରୋନା ଟିକାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ଭାରତର ନାଗରିକ ମାନେ କେମିତି ଟିକା ପାଇବେ ବା କେବେଠାରୁ ଆମ ଦେଶରେ ଟିକା ମିଳିବ ସେନେଇ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
