ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ସମନ

ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ସମନ

ଜାତୀୟ ଖବର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଓ ଡିଜିପିଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସମନ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକୁ ଟେକାମାଡ଼ ଘଟଣାରେ ଉଭୟଙ୍କୁ ସମନ କରାଯାଇଛି । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ଏଭଳି ସମନ କରାଯାଇଛି । ସୂଚନାଯୋଗ୍ୟ, ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ବୁଧବାର ଏବଂ ଗୁରୁବାର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଦଳୀୟ ରାଲିରେ ଯୋଗଦେବା ସହିତ କାର୍ୟ୍ୟକର୍ତ୍ତାଙ୍କୁ ଭେଟିଥିଲେ। ତେବେ ଗସ୍ତ ସମୟରେ ତାଙ୍କ କାର୍‌କେଡ୍‌ରେ ସାମିଲ ଥିବା ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଥିଲା। ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ ଏବଂ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଗତକାଲି ଆକ୍ରମଣ କରାଯାଇଥିଲା। ସମ୍ବିତଙ୍କ ଗାଡ଼ିରେ ଥିବା ଜଣେ କାର୍ୟ୍ୟକର୍ତ୍ତା ରକ୍ତାକ୍ତ ହୋଇଥିବାବେଳେ ବିଜୟବର୍ଗୀୟଙ୍କ ବାମ ହାତ ହାଡ଼ ଫ୍ରାକ୍‌ଚର ହୋଇଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ରାଜ୍ୟପାଳ ଜଗଦୀପ ଧନଖଡ଼ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି। ଏହାର କିଛି ସମୟ ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କୁ ଦିଲ୍ଲୀ ସମନ୍‌ କରାଯାଇଛି।