ଲଣ୍ଡନ : ଦୁନିଆରେ କରୋନା ଭାଇରସର କାୟା ଥମିବାରେ ନାଁ ନେଉନାହିଁ । ପ୍ରତ୍ୟେକ ଦିନ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ବ୍ରିଟେନ୍ରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ବ୍ରିଟେନ୍ରେ ଏବେ ଦେଖାଦେଇଥିବା କରୋନା ଭାଇରସ୍ ଏବେ ନୂତନ ପ୍ରକାରରେ ଚିହ୍ନଟ ହୋଇଛି । ଏହି ନୂତନ ଭାଇରସର ଡିଏନଏ ସଞ୍ଚଋଚ୍ଚ ଅନ୍ୟ ଭାଇରସ ଠାରୁ ଅଲଗା । ଏହି ଭାଇରସ ଦ୍ୱାରା ବ୍ୟକ୍ତିବିଶେଷ ଶୀଘ୍ର ସଂକ୍ରମିତ ହେଉଥିବା ଜଣାପଡିଛି । ଏହାପରେ ବ୍ରିଟେନ୍ରେ ଲକ୍ଡାଉନ୍ର ଘୋଷଣା କରାଯାଇଛି । କରୋନା ମାମଲାରେ ନୂତନ ପ୍ରକାରର ଚିହ୍ନଟ ହେବା ପରେ ଦେଶର ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବୁଧବାର ଦିନ କଡା ଲକ୍ଡାଉନ୍ ଲଗାଯିବ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ କେବଳ ସାତ ଦିନ ମଧ୍ୟରେ ଏହି ଘାତକ ଭାଇରସ୍ର ମାମଲା ଦୁଇଗୁଣ ହାରରେ ବଢିବାରେ ଲାଗିଛି । ଏଥିପାଇଁ ତତ୍କାଳ ତଥା ନିର୍ଣ୍ଣାୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଲଣ୍ଡନ୍ ଓ ଏହାର ଆଖପାଖ ଅଞ୍ଚଳରେ ‘ଟିୟର୍-୩’ ସ୍ତରର ପ୍ରତିବନ୍ଧକ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ନିକଟରେ ବ୍ରିଟେନ୍ରେ କରୋନା ଭ୍ୟାକ୍ସିନ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।
