ଭୁବନେଶ୍ୱର: ମାଡି ଆସୁଛି ଭୟଙ୍କର ସାମୁଦ୍ରିକ ଝଡ ଫୋନି । ଏହାକୁ ସାମ୍ନା କରିବା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ ତାହାକୁ ନେଇ ସୂଚନା ଦିଆଯାଇଛି । ବାତ୍ୟା ପୂର୍ବରୁ କଣ କରିବେ? ନିଜକୁ ଧ÷ର୍ଯ୍ୟର ସହିତ ରଖନ୍ତୁ, ଭୟ କରନ୍ତୁ ନାହିଁ ଏବଂ ମିଛ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ମୋବାଇଲରେ ଚାର୍ଜ ରଖନ୍ତୁ । ଟିଭି ଓ ରେଡିଓ ସମ୍ବାଦ ସହ ଅପଡେଟ ରୁହନ୍ତୁ । ଜରୁରୀକାଳୀନ ଫାଷ୍ଟ ଏଡ କିଟ ପ୍ରସ୍ତୁତ ରଖନ୍ତୁ । ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ । ଘରକୁ ସୁରକ୍ଷା ଦିଅନ୍ତୁ । କୌଣସି ଧାରୁଆ ଅସ୍ତ୍ରକୁ ଖୋଲାରେ ଛାଡି ଦିଅନ୍ତୁ ନାହିଁ । ଗୃହ ପାଳିତ ପଶୁକୁ ଏଣେତେଣେ ଛାଡନ୍ତୁ ନାହିଁ । ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ରଖନ୍ତୁ । ବାତ୍ୟା ସମୟରେ କଣ କରିବେ? ବିଦ୍ୟୁତ ଗ୍ୟାସ ସପ୍ଲାୟକୁ ବନ୍ଦ କରନ୍ତୁ । ଘରର କବାଟ ଓ ଝରକା ସବୁ ବନ୍ଦ ରଖନ୍ତୁ । ଯଦି ଆପଣଙ୍କ ଘର ଅସୁରକ୍ଷିତ ଅଛି, ତେବେ ବାତ୍ୟା ପୂର୍ବରୁ ସେହି ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ । ରେଡିଓ ଓ ଟିଭିରେ ଖବର ସହିତ ଜଡିତ ରୁହନ୍ତୁ । କ୍ଲୋରିନ ଯୁକ୍ତ କିମ୍ବା ପାଣିକୁ ଫୁଟାଇ ପିଅନ୍ତୁ । କେବଳ ସରକାରୀ ସୂଚନାକୁ ବିଶ୍ୱାସ କରନ୍ତୁ । ବାତ୍ୟା ପରେ କଣ କରିବେ? ଭଙ୍ଗା ଘର ଭିତରକୁ ପ୍ରବେଶ କରନ୍ତୁ ନାହିଁ । ଭଙ୍ଗା ବିଦ୍ୟୁତ ଖୁଂଟ, ବିଜୁଳି ତାର ଓ ଅନ୍ୟ ଧାରୁଆ ଜିନିଷ ପ୍ରତି ସାବଧାନ ରୁହନ୍ତୁ । ଯଥା ସମ୍ଭବ ସୁରକ୍ଷିତ ଆଶ୍ରୟ ସ୍ଥଳ ଖୋଜନ୍ତୁ । ଅତିରିକ୍ତ ବ୍ୟାଟେରୀ ସହ ରେଡିଓକୁ ପାଖରେ ରଖନ୍ତୁ । ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ । ସମୁଦ୍ରରେ ଦୁଃସାହସ କରନ୍ତୁ ନାହିଁ ।
