ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ରାଜ୍ୟ

ଢେଙ୍କାନାଳ : ଢେଙ୍କାନାଳ ଜିଲା ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଟ ଖଟୁଆ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ବୃଦ୍ଧଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବୃଦ୍ଧ ଜଣଙ୍କ ସକାଳେ ବିଲକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣରେ କରିବା ଫଳରେ ତାଙ୍କ ଅବସ୍ଥାରେ ଗୁରୁତର ହୋଇଥିଲା। ଗୁରୁତର ବୃଦ୍ଧଙ୍କୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।