କଟକରୁ ଜୀବନ୍ତ ବଜ୍ରକାପ୍ତା ଜବତ,ଜଣେ ଗିରଫ

କଟକରୁ ଜୀବନ୍ତ ବଜ୍ରକାପ୍ତା ଜବତ,ଜଣେ ଗିରଫ

ରାଜ୍ୟ ଖବର

କଟକ: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମିଶନରେଟ ପୋଲିସ ର ସ୍ପେସିଆଲ ଟାସ୍କ ଫୋର୍ସ ଆକସ୍ମିକ ଚଢ଼ାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା କୁ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ଖବରରୁ ଜଣା ପଡ଼ିଛି ଯେ,କଟକ ଜିଲ୍ଲା ,କନ୍ଦର ପୁର ବିରିବାଟି କେନାଲ ରୋଡ଼ ନିକଟରେ ଜଗତସିଂହପୁର ଜିଲ୍ଲା ଗୁମୁଟିପୁର ଡିହସାହି ର ସନ୍ତୋଷ କୁମାର ଦଲାଇ ନାମକ ଜୈନକ ବ୍ୟକ୍ତି ଗୋଟିଏ ଜୀବନ୍ତ ବଜ୍ରକାପ୍ତା କୁ ବିକ୍ରୟ କରିବା ନିମନ୍ତେ ଉଦ୍ୟମ କରିବା ବେଳେ କମିଶନରେଟ ପୋଲିସ ର ଏସ ଟି ଏଫ ଚଢ଼ାଉ କରି ବଜ୍ରକାପ୍ତା ଟିକୁ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି।ତା ଠାରୁ ମଧ୍ୟ ବନ୍ୟ ଜୀବଜନ୍ତୁ ଧରିବାରେ ବ୍ୟବହୃତ ସରଞ୍ଜାମ ଜବତ ହୋଇଛି।ପୋଲିସ ତା ବିରୁଦ୍ଧରେ ଏକ ମାମଲା No.31,dated-22/12/2020,U/S-379,411,IPC r/w 51 of wild life (protection )act,1972 ଅନୁଯାୟୀ ରୁଜ୍ଜୁ କରି ଛନ୍ତି।ଜବତ ବଜ୍ରକାପ୍ତା ଟିକୁ ନନ୍ଦନ କାନନ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରା ଯାଇଥିବା ସୂଚନା ମିଳିଛି।