ନୂଆଦିଲ୍ଲୀ: କୋଭିଡ ଲକଡାଉନ ବେଳେ ସରକାର ଦେଶବ୍ୟାପୀ ଲକଡାଉନ କରିଥିଲେ । ଏହା ଯୋଗୁ ସବୁକିଛି ଠପ ହୋଇପଡ଼ିଥିଲା । ଅଧିକାଂଶ ଲୋକ ଚାକିରି ଓ ଜୀବିକା ହରାଇବାରୁ ଘରଭଡ଼ା ଦେବାକୁ ଅସମର୍ଥ ହୋଇପଡ଼ିଥିଲେ । ଏଭଳି ପରିସ୍ଥିତିରେ ସେମାନଙ୍କୁ ସାହା ହୋଇଥିଲେ ଘର ମାଲିକ । ଦେଶର ପାଖାପାଖି ୫୦% ଘର ମାଲିକ ସେମାନଙ୍କ ଘରଭଡ଼ା ଛାଡ଼ ଅଥବା କମାଇଥିଲେ । ଫଳରେ ସେମାନଙ୍କ ଘରେ ରହୁଥିବା ଲୋକମାନେ ଉପକୃତ ହୋଇଥିଲେ । ରିଅଲ ଇଷ୍ଟେଟ ସଂସ୍ଥା ‘ନୋବ୍ରୋକର.କମ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି । ସଂସ୍ଥା ଦର୍ଶାଇଛି ଯେ ହାଇଦ୍ରାବାଦର ୬୦% ଘର ମାଲିକ ସେମାନଙ୍କ ଘର ଭଡ଼ା କମାଇନଥିଲେ । ପୂର୍ବ ଭଳି ସେମାନେ ସମାନ ଭଡ଼ା ଆଦାୟ କରୁଥିଲେ । କିନ୍ତୁ ଚଳିତ ବର୍ଷ ପ୍ରାୟ ସବୁ ସହରରେ ଘରଭଡ଼ା କୌଣସି ବୃଦ୍ଧି ଦେଖିବାକୁ ମିଳିନଥିଲା । ସର୍ଭେ ଦର୍ଶାଇଛି ୭୯% ଘର ମାଲିକ ପରିବାରକୁ ଘର ଭଡ଼ା ଦେବା ପାଇଁ ଆଗ୍ରହ ରଖୁଥିବା ବେଳେ ପ୍ରାୟ ସମସ୍ତେ ସିକୁ୍ୟରିଟି (ଅଗ୍ରୀମ) କୁ ଗୁରୁତ୍ୱ ଦେଇଥାନ୍ତି ।
