ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରରୁ ଖେଳା ଯାଉଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ୧୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ପ୍ରଥମ ଇଂନିସରେ ୭୨.୩ ଓଭରର ଖେଳ ଖେଳି ୧୯୫ ରନ୍ରେ ଅଲ୍ଆଉଟ୍ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ୱେଡ ୩୦, ମାର୍ନସ ଲାବୁଶେ ୪୮, ହେଡ୍ ୩୮, ଗ୍ରୀନ୍ ୧୨,ପାଇନ୍ ୧୩, ଲାଏନ୍ ୨୦ କରିଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଡକ୍ରେ ପ୍ୟାଭିଲିୟନ ଫେରିଥିଲେ। ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ମହମ୍ମଦ ସିରାଜ ତାଙ୍କର ଅନ୍ତର୍ଜାତୀୟ ମ୍ୟାଚ୍ରେ ବର୍ତ୍ତମାନ ସୁଦ୍ଧା ୨ ୱିକେଟ ନେଇ ସାରିଛନ୍ତି। ସେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାସମ୍ୟାନ ତଥା ବ୍ୟାଟିଂ ଲାଇନ ଅପ୍ର ମେରୁଦଣ୍ଡ କୁହାଯାଉଥିବା ମାର୍ନସ ଲାବୁଶେନ ଏବଂ ଗ୍ରୀନଙ୍କୁ ଆଉଟ କରି ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି ମହମ୍ମଦ ସିରାଜ। ସେହିପରି ଭାରତୀୟ ବୋଲର ମାନଙ୍କ ମଧ୍ୟରୁ ୟଜପ୍ରୀତ ବୁମରା ୪ଟି, ରବିଚନ୍ଦ୍ରନ ଅଶ୍ବନୀ ୩ଟି ଏବଂ ରବିନ୍ଦ୍ର ଜଡେଜା ଗୋଟିଏ ୱିକେଟେ ହାସଲ କରିଛନ୍ତି।
