କଟକ: ଅଯୋଗ୍ୟ, ଦୁର୍ନୀତିଗ୍ରସ୍ତ ତଥା କାମରେ ଢ଼ିଲା ମାରୁଥିବା ପୁଲିସ ବାବୁଙ୍କୁ ଆଉ ନିସ୍ତାର ନାହିଁ । କାର୍ଯ୍ୟକ୍ଷେତ୍ରରେ ଅବହେଳା କରୁଥିବା, ନିଜ ବୃତ୍ତି ପ୍ରତି ନିଷ୍ଠା ରଖିନଥିବା ଦୁର୍ନୀତିଖୋର ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନେବା ପାଇଁ ପୁଲିସ ମୁଖ୍ୟାଳୟରୁ ପ୍ରକି୍ରୟା ଆରମ୍ଭ ହୋଇଯାଇଛି । ଏହି ପ୍ରକି୍ରୟା ବିଭାଗର ଉପର ସ୍ତରରୁ ହିଁ ଆରମ୍ଭ ହୋଇଯାଇଛି । ପ୍ରଥମେ ପୁଲିସ ଇନ୍ସପେକ୍ଟରଙ୍କ ପାଳି ପଡ଼ିଛି । ଚାକିରିର ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବା କିମ୍ବା ୫୦ ରୁ ୫୫ ବର୍ଷ ବୟସ୍କ ଯେଉଁ ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଦୁର୍ନୀତି ବା ଅପରାଧିକ ମାମଲା ଥିବ, ଅବା ବିଭିନ୍ନ କାରଣରୁ ଯେଉଁମାନେ ଆଇନଗତ ବିବାଦରେ ଛନ୍ଦି ହୋଇଥିବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବାକୁ ନିଷ୍ପତ୍ତି ହୋଇଛି ।
