ଅନଗୁଳ: ଆୟ ବହିର୍ଭୂତ ଏବଂ ଅଜ୍ଞାତସୂତ୍ରରୁ ଅର୍ଜିତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନଗୁଳ ‘ଆର୍ଡବ୍ଲୁଏସ୍ଏସ୍’ ଉପଖଣ୍ଡ ଅଧୀନରେ ଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର କନିଷ୍ଠ କିରାଣି ତଥା କ୍ୟାସିୟର୍ ରୋହିତାଶ୍ୱ ବାଗଙ୍କ ବାସ ଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ୍ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ଡିଭିଜନ୍ର ଭିଜିଲାନ୍ସ୍ ଅଧିକାରୀମାନେ ଏକକାଳୀନ ବାଗଙ୍କର ଅନଗୁଳ ଜେଲ୍ ରୋଡ୍ସ୍ଥିତ ସରକାରୀ କ୍ୱାର୍ଟର୍ସ, ଆଠମଲ୍ଲିକ ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ ଥିବା ଦୁଇ ମହଲା କୋଠା, ତାଙ୍ଗିଆନିସାରେ ଥିବା କୁକୁଡ଼ା ଫାର୍ମ, ବୌଦ୍ଧ ଜିଲ୍ଲାର ପିଡବ୍ଲୁଡି ଅଫିସ୍ ପାଖରେ ଥିବା ପାଣି ବୋତଲ କାରଖାନା, ଆଠମଲ୍ଲିକରେ ଥିବା ଭଡ଼ାଘର, ଆଠମଲ୍ଲିକ ଜିଲ୍ଲା ଅନ୍ତର୍ଗତ ବଡ଼ଗାଁରେ ଥିବା ପୈତୃକ ଘର ଏବଂ ଅନଗୁଳସ୍ଥିତ ‘ଆର୍ଡବ୍ଲୁଏସ୍ଏସ୍’ର କାର୍ୟ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠରେ ଚଢ଼ାଉ ଜାରି ରଖିଛନ୍ତି ।
