ଭୁବନେଶ୍ୱର: ଆସନ୍ତା ଜାନୁଆରୀରେ ଅଫିସ ଚାଲିବା ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଭୁବନେଶ୍ୱର ଓ କଟକରେ ୭୫ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ । ସମସ୍ତ ବିଭାଗୀୟ ଓ ଅଧସ୍ତନ କାର୍ଯ୍ୟାଳୟ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ । ଏଡାଛଡ଼ା ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଯୋଗଦେବେ । ଏସଆରସି, ପୁଲିସ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗରେ ସମସ୍ତେ ଅଫିସ ଆସିବେ ବୋଲି କୁହାଯାଇଛି ।
