ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ରାଜ୍ୟ

ମାଲକାନଗିରି : ଗଛରେ ଗାମୁଛା ଲଗାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା। ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁର ଏକ ବର ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ। ମୃତ ଦୁଇ ଜଣ ହେଲେ ଭିକି ସିକଦର ଓ ସୋରି ସରକାର। ଉଭୟ ମନ୍ଦିରରେ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଗୋଟେ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପୋଡି ନଥିଲେ ସୁଦ୍ଧା ଏହା ପ୍ରେମ ଜନିତ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏଥି ନେଇ ମାଲକାନଗିରି ପୁଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ଏମାନଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ମତାନ୍ତର ରହି ଥିବାରୁ ଏହି ପ୍ରେମୀ ଯୁଗଳ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।