ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତୁ୍ୟ

ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତୁ୍ୟ

ଜାତୀୟ ଖବର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷେ୍ନø-ଆଗ୍ରା ଏକ୍ସପ୍ରେସ ୱେରେ ଔରାସ ଥାନା ଅନ୍ତର୍ଗତ ମେନିଭାବା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଘନ କୁହୁଡ଼ିରେ ଏକ କଣ୍ଟେନର ସହ ବସର ଧକ୍କା ହେବା ଫଳରେ ବସର ୪ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହୁଡି କାରଣରୁ ରାସ୍ତା କଡ଼ରେ ଠିଆ ହୋଇଥିବା କଣ୍ଟେନର ସହ ବସଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ବସର ଅଧିକାଂଶ ଅଂଶ କଣ୍ଟେନର ମଧ୍ୟକୁ ପଶି ଯାଇଥିଲା। ଦୁର୍ଘଟଣା ମାତ୍ରକେ ଯାତ୍ରୀମାନେ ଆଖିପିଛୁଳାକେ ବସରୁ ଡେଇଁ ପଡିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।