ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସପ୍ତଧାରା ନିକଟରେ ସୋମବାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଏସ୍ଏଫ୍ ଯବାନମାନେ କୋମ୍ବିଂରେ ଯାଉଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଜଗତର ସିଂ। ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
