ସିଡ଼ନୀ : ସିଡ଼ନୀ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ପାଳି ଶେଷ ହୋଇଛି । ଗତକାଲି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ୨ ୱିକେଟ ହରାଇ ୧୬୬ ରନ କରିଥିବାବେଳେ ଆଜି ୩୩୮ ରନରେ ଅଲଆଉଟ ହୋଇଯାଇଛି । ଅପରପକ୍ଷରେ ଚା ବିରତି ସୁଦ୍ଧା ଭାରତୀୟ ଦଳ କୌଣସି ୱିକେଟ ନହରାଇ ୨୬ ରନ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୱିଲ ପୁକୋଭସ୍କି ୬୨, ଡାଭିଡ଼ ୱାର୍ଣ୍ଣର ୫, ମାର୍ନସ ଲାବୁସେନ ୯୧, ଷ୍ଟିଭ ସ୍ମିଥ ୧୩୧, ମାଥ୍ୱୀ ୱାଡେ଼ ୧୩, କ୍ୟାମେରୁନ ଗ୍ରୀନ ୦, ଟିମ ପାଇନ ୧, ପ୍ୟାଟ କୁ୍ୟମିନସ ୦, ମାଇକେଲ ଷ୍ଟାର୍କ ୨୪, ନାଥନ ଲାୟନ ୦, ଜୋଶ ହାଜଲେଉଡ଼ ୧ ରନ କରିପାରିଥିଲେ । ଭାରତୀୟ ଟିମର ରବୀନ୍ଦ୍ର ଜାଡେ଼ଜା ୪ ୱିକେଟ, ନବଦୀପ ସାଇନି ୨, ମହମ୍ମଦ ସିରାଜ ୧, ଯଶପ୍ରୀତ ବୁମରାହ ୨ ୱିକେଟ ନେଇଥିଲେ । ସ୍କିଥଙ୍କୁ ଜାଡେ଼ଜା ରନ ଆଉଟ କରିଥିଲେ । ଅଷ୍ଟ୍ରେଲିଆର ପାଳି ସମାପ୍ତି ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ରୋହିତ ଶର୍ମା ୧୧ ଓ ଶୁବମନ ଗିଲ ୧୪ ରନରେ ଅପରାଜିତ ଅଛନ୍ତି ।
