ସୁବର୍ଣ୍ଣପୁର :ଗରମ ପାଣି ପଡି ୩ ବର୍ଷ ଗୁରୁତର ହୋଇଛି । ଏପରି ଅଘଟଣ ଜଟିଆପାଲ୍ଲୀ ଅଙ୍ଗନୱାଡି କେନ୍ଦ୍ରରେ ଘଟିଛି। ଘଟଣାରୁ ଜଣାପଡୁଛି ଯେ ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଥିବାରୁ ଶିଶୁ କନ୍ୟାଟି ଗୁରୁତର ହୋଇଛି। ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ସୋନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅଙ୍ଗନୱାଡି ହେଲପର ଶିଶୁ ଉପରେ ଗରମ ପାଣି ଢାଳି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
