ଭୁବନେଶ୍ୱର : ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଏବିପି ନୁ୍ୟଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ତିନୋଟି ସ୍ଥାନରେ ଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ସ୍ଥାନ ପାଇନାହାନ୍ତି । ନବୀନ ପଟ୍ଟନାୟକ ନମ୍ବର ୱାନ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜି୍ରୱାଲ ଦ୍ୱିତୀୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି । ଅପରପକ୍ଷରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ନିଜ ରାଜ୍ୟରେ କମ ଲୋକ ପସନ୍ଦ କରିଛନ୍ତି । ଦେଶର ଟପ ୧୦ ମୁଖ୍ୟମନ୍ତ୍ରୀ ତାଲିକା ୧. ଓଡ଼ିଶା : ନବୀନ ପଟ୍ଟନାୟକ ୨. ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲ ୩. ଆନ୍ଧ୍ରପ୍ରଦେଶ : ଜଗନମୋହନ ରେଡ଼ୀ ୪. କେରଳ : ପି. ବିଜୟନ ୫. ମହାରାଷ୍ଟ୍ର : ଉଦ୍ଧବ ଠାକରେ ୬. ଛତିଶଗଡ଼ : ଭୂପେଶ ବଗେଲ ୭. ପଶ୍ଚିମବଙ୍ଗ : ମମତା ବାନାର୍ଜୀ ୮. ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ୱାନ ୯. ଗୋଆ : ପ୍ରମୋଦ ସାୱନ୍ତ ୧୦. ଗୁଜୁରାଟ : ବିଜୟ ରୂପାଣୀ
