କେଉଁ ସ୍କୁଲରେ କେତେ କମିବ ସ୍କୁଲ ଫି’, ଜାଣନ୍ତୁ ?

କେଉଁ ସ୍କୁଲରେ କେତେ କମିବ ସ୍କୁଲ ଫି’, ଜାଣନ୍ତୁ ?

ରାଜ୍ୟ

ଭୁବନେଶ୍ୱର : ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ବିଭାଗ ପକ୍ଷରୁ ରିପୋର୍ଟ ଆଧାରରେ ୭ଟି ସ୍ଲାବରେ ଫି’ କୋହଳ କରାଯିବ । ଯେଉଁ ସ୍କୁଲରେ ବାର୍ଷିକ ଟୁ୍ୟସନ ଫିସ ୬ ହଜାର ଟଙ୍କା ଥିବ ସେଠାରେ କିଛି ଛାଡ଼ କରାଯିବ ନାହିଁ । ଯଦି ୬ ହଜାରରୁ ୧୨ ହଜାର ଟଙ୍କା ହୋଇଥିବ ତେବେ ୭.୫% ଛାଡ଼ ହେବ । ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨%, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଟୁ୍ୟସନ ଫି’ କ୍ଷେତ୍ରରେ ୧୫% ଛାଡ଼ ହେବ । ସେହିପରି ୪୮ ହଜାରରୁ ୭୨ ହଜାର ଟୁ୍ୟସନ ଫି’ କ୍ଷେତ୍ରରେ ୨୦%, ୭୨ ହଜାରରୁ ୧ ଲକ୍ଷ ମଧ୍ୟରେ ୨୫% ଛାଡ଼ କରାଯିବ । ଯଦି ଟୁ୍ୟସନ ଫି’ ୧ ଲକ୍ଷରୁ ଅଧିକ ଥାଏ ତେବେ ୨୬% ହ୍ରାସ ପାଇବ । ଏସଂକ୍ରାନ୍ତରେ ଏକ ରିପୋର୍ଟ ପୂର୍ବରୁ ପ୍ରକାଶ ପାଇଥିଲା । ଏହି ଆଧାରରେ ସ୍କୁଲ ଫି’ ଛାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଅପରପକ୍ଷରେ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ଆଦାୟ କରାନଯାଇ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ୨୦୨୦-୨୧ ଶିକ୍ଷା ବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି’ ୩୦% ଛାଡ଼ କରାଯିବ । ସେହିପରି ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡି୍ର ଫି, ଏକ୍ସର୍ଟନାଲ ଏକଜାମ ଫି, ୟୂନିଫର୍ମ ଫି, କନଭେୟାନ୍ସ ଫି, ରିଆଡ଼ମିଶନ ଫି, ଡେଭଲପମେଂଟ ଫି, ଆନୁଆଲ ଫି’ ଆଦାୟ ନକରିବାକୁ କୁହାଯାଇଛି ।