ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲରେ ବିଡିଂ ପାଇଁ ଓଡ଼ିଶାର ୬ ଜଣଙ୍କ ନାମକୁ ଓଡ଼ିଶା କ୍ରିକେଟ ଆସୋସିଏନ(ଓସିଏ) ପକ୍ଷରୁ ସୁପାରିଶ କରାଯାଇଛି । ଆଇପିଏଲ ବିଡିଂ ଲିଷ୍ଟରେ ଓସିଏ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କରିଛି । ସେମାନେ ହେଲେ: ୧- ଶୁଭ୍ରାଂଶୁ ସେନାପତି ୨- ରାଜେଶ ଧୂପର ୩-ପପୁ ରୟ ୪- ରାଜେଶ ମହାନ୍ତି ୫- ତାରିଣୀ ସ ୬- ଗୌରବ ଚୌଧୁରୀ ଚଳିତ ସିଜନରେ ଏହି ୬ ଜଣଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ତେଣୁ ଆସନ୍ତା ଆଇ ପି ଏଲ୍ ରେ କିଛି ଓଡ଼ିଆ ଖେଳାଳୀ ସ୍ଥାନ ପାଇବା ନେଇ ଆଶା ସୃଷ୍ଟି ହୋଇଛି। ଏହି ଖେଳାଳୀମାନେ ପ୍ରଥମେ ଆଇପିଏଲ ଅକସନ୍ ପୂର୍ବରୁ ହେଉଥିବା ଟ୍ରାଏଲରେ ଭାଗ ନେଇପାରନ୍ତି। ଯଦି ଏମାନେ ଟ୍ରାଏଲରେ ଭଲ ପ୍ରଦର୍ଶନ କରନ୍ତି, ତେଵେ ଵିସିସିଆଇ ସେମାନଙ୍କ ନାଁ ଅକସନ ତାଲିକାରେ ରଖିପାରେ।
