ମାଟ୍ରିକ ପରୀକ୍ଷା : ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନରେ କେମିତି ଆସିବ ପ୍ରଶ୍ନ ?

ମାଟ୍ରିକ ପରୀକ୍ଷା : ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନରେ କେମିତି ଆସିବ ପ୍ରଶ୍ନ ?

ରାଜ୍ୟ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାର୍ଥିୀମାନେ ଚଳିତ ବର୍ଷ କିଭଳି ପରୀକ୍ଷା ଦେବେ । ତାହାର କ’ଣ ଫର୍ମାଟ ବା ଢ଼ାଂଚା ରହିଛି ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶଦ ସୂଚନା ପ୍ରଦାନ କରାଯାଇଛି । ନମୁନା ପ୍ରଶ୍ନ ପତ୍ର ୱେବସାଇଟରେ ଉପଲବ୍ଧ କରାଯାଇଛି । ୧. ଗଣିତ ଅବଜେକ୍ଟିଭରେ ୧ ମାର୍କ ବିଶିଷ୍ଟ ୫୦ଟି ପ୍ରଶ୍ନ ରହିବ । ସବଜେକ୍ଟିଭରେ ୩୦ ମାର୍କର ପ୍ରଶ୍ନ ରହିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରଶ୍ନ ପାଇଁ ୫ ମାର୍କ ବିଶିଷ୍ଟ ୨ଟି ପ୍ରଶ୍ନ ରହିବ । ଏହାର ମଧ୍ୟ ବିକଳ୍ପ ପ୍ରଶ୍ନ ପଡ଼ିବ । ୨. ସାଧାରଣ ବିଜ୍ଞାନ ପରୀକ୍ଷାରେ ଭୌତିକ ବିଜ୍ଞାନ ଓ ଜୈବ ବିଜ୍ଞାନରେ ୪୦ ମାର୍କ ଲେଖାଏଁ ୮୦ ମାର୍କର ପ୍ରଶ୍ନ ରହିବ । ଭୌତିକ ବିଜ୍ଞାନ ଅବଜେକ୍ଟିଭରେ ୨୫ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେହିପରି ସବଜେକ୍ଟିଭ ପ୍ରଥମ ପ୍ରଶ୍ନ ୮ ନମ୍ବର ବିଶିଷ୍ଟ ରହିଛି । ଏଥିରେ ୩ ଭାଗରେ ପ୍ରଶ୍ନ ଆସିବ । ୨ଟି ପ୍ରଶ୍ନ ୩ ମାର୍କ ଓ ଗୋଟିଏ ପ୍ରଶ୍ନ ୨ ମାର୍କ ପଡ଼ିବ । ଏହାର ମଧ୍ୟ ବିକଳ୍ପ ପ୍ରଶ୍ନ ରହିବ । ଦ୍ୱିତୀୟ ୭ ମାର୍କ ବିଶିଷ୍ଟ ପ୍ରଶ୍ନରେ ଦୁଇଟି ଭାଗରେ ପ୍ରଶ୍ନ ରହିବ । ଗୋଟିଏ ୪ ମାର୍କ ଓ ଅନ୍ୟଟି ୩ ନମ୍ବର ବିଶିଷ୍ଟ । ଏହାର ବି ବିକଳ୍ପ ପ୍ରଶ୍ନ ରହିବ । ଭୌତିକ ବିଜ୍ଞାନ ଢାଂଚାରେ ଜୀବ ବିଜ୍ଞାନ ପ୍ରଶ୍ନ ଆସିବ । ୩. ସାମାଜିକ ବିଜ୍ଞାନର ୮୦ ମାର୍କର ପ୍ରଶ୍ନରେ ଇତିହାସ ଓ ରାଜନୀତି ବିଜ୍ଞାନର ୪୦ ମାର୍କ ଏବଂ ଭୂଗୋଳ ଓ ଅର୍ଥନୀତିରେ ୪୦ ମାର୍କ ଲେଖାଏଁ ପ୍ରଶ୍ନ ରହିବ । ଇତିହାସ ଓ ରାଜନୀତି ବିଜ୍ଞାନ ଅବଜେକ୍ଟିଭରେ ୨୫ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସବଜେକ୍ଟିଭର ପ୍ରଥମ ପ୍ରଶ୍ନ ୮ ନମ୍ବର ବିଶିଷ୍ଟ । ଏଥିରେ ୩ ଭାଗରେ ପ୍ରଶ୍ନ ଆସିବ । ଦୁଇଟି ପ୍ରଶ୍ନ ୨ ମାର୍କ ଏବଂ ଗୋଟିଏ ପ୍ରଶ୍ନ ୪ ମାର୍କ ପଡ଼ିବ । ଏହାର ବିକଳ୍ପ ମଧ୍ୟ ରହିବ । ଦ୍ୱିତୀୟ ୭ ମାର୍କ ବିଶିଷ୍ଟ ପ୍ରଶ୍ନରେ ଦୁଇ ଭାଗରେ ପ୍ରଶ୍ନ ପଡ଼ିବ । ଗୋଟିଏ ୩ ମାର୍କ ଓ ଅନ୍ୟଟି ୨ ନମ୍ବର ବିଶିଷ୍ଟ ରହିବ । ଏହାର ବି ବିକଳ୍ପ ରହିବ । ଇତିହାସ ଓ ରାଜନୀତି ବିଜ୍ଞାନ ଢାଂଚାରେ ଭୂଗୋଳ ଓ ଅର୍ଥନୀତିର ପ୍ରଶ୍ନ ଆସିବ ।