ଭୁବନେଶ୍ୱର:ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢ଼ାଞ୍ଚାରେ ପରିବର୍ତନ ହେବ । ପରିବର୍ତନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସିଲାବସରୁ ପ୍ରଶ୍ନ ହ୍ରାସ ପାଇବ । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ ଚଏସ କୋଶ୍ଚିନ ରହିବ । ମଲ୍ଟିପୁଲ ଚଏସ କୋଶ୍ଚିନର ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତରମୂଳକ ରହିବ । ସଂକ୍ଷିପ୍ତ ଉତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ରହିବ । ପ୍ରଶ୍ନପତ୍ରରେ ହାରାହାରି ୨୦% ଦୀର୍ଘ ଉତରମୂଳକ ପ୍ରଶ୍ନ ରହିବ । ଦୀର୍ଘ ଉତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ମାର୍କ ରଖାଯିବ । ୨୦୧୫ ପୂର୍ବରୁ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ସିଲାବସ ଅପରିବର୍ତିତ ରହିବ । ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ।
