ଦିଲ୍ଲୀ ହିଂସା : ୩୦୦ ପୋଲିସ ଆହତ

ଦିଲ୍ଲୀ ହିଂସା : ୩୦୦ ପୋଲିସ ଆହତ

ଜାତୀୟ ଖବର

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଯେଉଁ ହିଂସା ହୋଇଥିଲା ତାହା ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟିକରିଛି । କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ବୁଧବାର ସୁଦ୍ଧା ୨୨ଟି ମାମଲା ରୁଜୁ କରିଛି। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଗତକାଲି (ମଙ୍ଗଳବାର) ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନରତ କୃଷକ ମାନେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍‌ କରିଥିଲେ। ପରେ ରାଜଧାନୀ ଦିଲ୍ଲୀ ଓ ପାଖାପାଖୀ ଅଞ୍ଚଳରେ ହୋଇଥିଲା ହିଂସାକାଣ୍ଡ। କୃଷକ ନେତାଙ୍କ ଉତ୍ପାତ ପରେ ଦିଲ୍ଲୀ ପୁଲିସ ଆକ୍ସନ୍‌ ମୁଡରେ। ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ଟ୍ରାକ୍ଟର ପରେଡରେ ଯେଉଁ କୃଷକ ମାନେ ଯେଉଁ ଉନ୍ମୁକ୍ତ କାଣ୍ଡ ଭିଆଇ ଥିଲେ ସେ ନେଇ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ। କୃଷକମାନେ ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୩୦୦ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ହିଂସା ଘଟଣାରେ ପୁଲିସ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ସମସ୍ତ ପ୍ରବେଶ ପଥରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଟିକରି ସୀମାରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଅନ୍ୟପଟେ ପଞ୍ଜାବ ଏବଂ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି। ହରିୟାଣାର ୩ଟି ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।