ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

ରାଜ୍ୟ ଖବର

ଭୁବନେଶ୍ୱର:ସରକାରୀ ମେଡିକାଲ କଳେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା । ଷ୍ଟାଇପେଣ୍ଡ ବଢିବା ନେଇ ଡିଏମଇଟିଙ୍କୁ ଚିଠି ଉପସଚିବ ଲେଖିଛନ୍ତି ।ମାସିକ ୨୦ ହଜାରରୁ ୨୮ ହଜାରକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ସଂଘ ପକ୍ଷରୁ ଏନେଇ ଦାବି କରାଯାଇଥିଲା । ଷ୍ଟାଇପେଣ୍ଡ ବୃଦ୍ଧି ନକଲେ ସେମାନେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ହାଉସ ସର୍ଜନଙ୍କ ଦାବି ସଂକ୍ରାନ୍ତରେ ସରକାର ବିଚାରବିମର୍ଷ କରିଥିଲେ । ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ବୈଠକ ପରେ ସେମାନଙ୍କ ଷ୍ଟାଇପେଣ୍ଡ ୨୦ରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ ହେବ । ଅପରପକ୍ଷରେ ସରକାରଙ୍କ ଏଭଳି ନିଷ୍ପତି ପରେ ହାଉସ ସର୍ଜନ ସଂଘ ପକ୍ଷରୁ ଆନେ୍ଦାଳନ କରାଯିବ ନାହିଁ ବୋଲି ଘୋଷଣା କରାଯାଇଛି ।