ଖବର କାଗଜରେ ଗୁଡାଇ ଆପଣମାନେ ମୁଢି, ସିଙ୍ଘଡା, ମଟର ,ବୁଟ କିମ୍ବା ବାଦାମ କିମ୍ବା ବାଦାମ ମଧ୍ୟ ଖାଇଥିବେ । ତେବେ ଜାଣନ୍ତି କି ଏହି ଖବର କାଗଜରେ ରଖି ଖାଉଥିବା ଖାଦ୍ୟ ଆମ ପାଇଁ କେତେ ବିପଦଜନକ ହୋଇପାରେ ? ଏହା ଆପଣଙ୍କ ଶରୀର ଖରାପ କରିବା ସହିତ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଯାଇପାରେ । ଏହାର କାରଣ ହେଉଛି ଖବର କାଗଜ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ପ୍ରିଣ୍ଟିଂ ସ୍ୟାହି ଶରୀର ଭିତରକୁ ଯାଇ ରୋଗ ସୃଷ୍ଟି କରିଥାଏ । ଏହି ସ୍ୟାହି ବିଷ ଭଳି ସମାନ ଜିନିଷ । ଖବର କାଗଜରେ ଖାଇବା ଫଳରେ ଏହାର ସ୍ୟାହି ସିଧାସଳଖ ପେଟ ଭିତରକୁ ଯାଇ କ୍ୟାନସର ସୃଷ୍ଟି କରିବାର ସମ୍ଭାବନା ବହୁତ ରହିଛି । କେବଳ ସେତିକି ନୁହେଁ ଦୃଷ୍ଟି ଶକ୍ତି ଚାଲିଯାଇପାରେ । ଏହା ସଚିତ ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ଖବର କାଗଜରେ ଖାଦ୍ୟ ଖାଇବା ଫଳରେ ହର୍ମୋନର ସନ୍ତୁଳନ ବିଗିଡି ଯାଇପାରେ ।
